ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ

ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ । ଆଜି ଅପରାହ୍ନ ଗୋଟାଏରେ ଭୁବନେଶ୍ୱରରେ ପହଞ୍ଚିବେ ସୁନୀଲ ବଂଶଲ । ସୁନୀଲ ବଂଶଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଜୋରଦାର ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ଏୟାରପୋର୍ଟରେ ବିଜେପିର ଶତାଧିକ କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ। ଏହାପରେ ଦଳର ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନୀଲ ବଂଶଲ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଦଳୀୟ ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ସୁନୀଲ ବଂଶଲଙ୍କ ପୃଥକ ପୃଥକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ବିଜେପିର ସଂଗଠନ ଓ ୨୦୨୪ ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ । ଓଡିଶାରେ ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ । ଏନେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ସୁନୀଲ ବଂଶଲ ଆଜି ଓଡ଼ିଶାରେ ପହଞ୍ଚିବା ପରେ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କ ସହ ଆଲୋଚନା କରିବେ। ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ସାଙ୍ଗଠାନିକ ସ୍ତରୀୟ ଆଲୋଚନା କରିବେ। ସାଧାରଣତଃ ଆଗାମୀ ନିର୍ବାଚନ ଆଖି ସାମ୍ନାରେ ହିଁ ରହିବ । ଆଗାମୀ ନିର୍ବାଚନ ନିମନ୍ତେ ପାର୍ଟିକୁ ଫୁଲ୍‌ ଦମରେ ପ୍ରସ୍ତୁତ କରିବାକୁ ଯୋଜନା ଓ ରଣନୀତି ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସୁନୀଲ ବଂଶଲଙ୍କ ଗସ୍ତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Show More

Related Articles

Back to top button