Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ରୀଷ୍ମ ସତର୍କତା

ଭୁବନେଶ୍ୱର- ଗ୍ରୀଷ୍ମ ସତର୍କତା । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାସହିତ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ ବନ୍ଦ ରଖିବାକୁ କୁହାଯାଇଛି। ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ କକ୍ଷ ସହିତ ଶଯ୍ୟା, ଔଷଧ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦେଶ ରହିଛି। ଟାଣ ଖରାରେ ପଦାକୁ ନବାହାରିବା ସହିତ କଠିନ ପରିଶ୍ରମ ନକରିବାକୁ କୁହାଯାଇଛି। ହାଲିଆ ବା ଦୁର୍ବଳ ଅନୁଭବ କରନ୍ତି ତେବେ ନିକଟସ୍ଥ ଡାକ୍ତରଖାନାରେ ପରାମର୍ଶ କରିବାକୁ ସୂଚନା ଦିଆଯାଇଛି।

Show More

Related Articles

Back to top button