ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ସୋମାଲିଆରେ ଆତ୍ମଘାତୀ ବିସ୍ଫୋରଣ, ୧୦୦ରୁ ଅଧିକ ଲୋକ ମୃତ

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣରେ। ଦୁଇଟି ପୃଥକ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସେଠାକାର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସ୍ପଷ୍ଟ କରିଛନ୍ତି। ଏଥିସହ ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନା ଅନୁସାରେ, ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କୋଠାକୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣ ପାଇଁ ଇସ୍‌ଲାମିକ୍ କଟ୍ଟରପନ୍ଥୀ ଗ୍ରୁପ ଅଲ୍‌-ଶାବାବକୁ ଦାୟୀ କରାଯାଇଛି। ସ୍ଥାନୀୟ ପୁଲିସର କହିବା ମୁତାବକ, ଅଲ-ଶାବାବ ଆତଙ୍କବାଦୀମାନେ ଶନିବାର ମଧ୍ୟାହ୍ନରେ ଛୋଟ ପିଲା, ମହିଳା ଓ ବୟସ୍କ ସମେତ ଅନେକ ନାଗରିକଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ସାମ୍ବାଦିକଙ୍କ ସମେତ ଅନେକଙ୍କ ମୃତ୍ୟୁ ଘଟିଛି। ଦୁଇଟି ବିସ୍ଫୋରଣ ମଧ୍ୟରେ କେବଳ କିଛି ମିନିଟ୍‌ର ଅନ୍ତର ଥିବା କୁହାଯାଉଛି। ବିସ୍ଫୋରଣ ପରେ ସୋମାଲିଆର ଆକାଶରେ ଧୂଆଁର କଳାବାଦଲ ଛାଇ ଯାଇଥିଲା। ସେପଟେ ଆଖପାଖର ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣ ପଛରେ ଥିବା ଉଗ୍ରବାଦୀ ଗୋଷ୍ଠୀ ଅଲ-ଶାବାବ ସୋମାଲି ସରକାରଙ୍କ ବିରୋଧରେ ଏକ ହିଂସାତ୍ମକ, ସଶସ୍ତ୍ର ଯୁଦ୍ଧ ଲଢୁଛି। ଉଗ୍ରବାଦୀ ଗୋଷ୍ଠୀ ମାରାତ୍ମକ ଆକ୍ରମଣ ଜାରି ରଖିଛି।

Show More

Related Articles

Back to top button