Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନା ଟଙ୍କା ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି କହିବା ସହିତ ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ୨୦୨୫ରେ ମିଳିବ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସରିବ ଏବଂ ଚତୁର୍ଥ ପର୍ଯ୍ୟାୟରେ ୨୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଜାନୁଆରୀ ମାସର କେଉଁ ତାରିଖରେ ସୁଭଦ୍ରା ତାଙ୍କ ମିଳିବ ତାହା ସେ ପ୍ରକାଶ କରିନାହାନ୍ତି।

Show More

Related Articles

Back to top button