Breaking PLUSଓଡ଼ିଶାମୁଖ୍ୟ ଖବର

ଅଭିନବ ପ୍ରତିବାଦ, ମନ୍ଦିର ଖୋଲିବା ଦାବି ନେଇ ଘଣ୍ଟି, ଘଣ୍ଟା ବଜାଇଲେ ମନ୍ଦିର ସେବାୟତ

କୋଭିଡ କଟକଣା ଯୋଗୁଁ ଦୀର୍ଘ ୭ ମାସରୁ ଅଧିକ କାଳ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ମନ୍ଦିର ଖୋଲା ଅଛି ନୀତିକାନ୍ତି ବି ହେଉଛି । ହେଲେ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ଲାଗିଛି କଟକଣା ।

କୋଭିଡ କଟକଣା ଯୋଗୁଁ ଦୀର୍ଘ ୭ ମାସରୁ ଅଧିକ କାଳ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ମନ୍ଦିର ଖୋଲା ଅଛି ନୀତିକାନ୍ତି ବି ହେଉଛି । ହେଲେ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ଲାଗିଛି କଟକଣା । ଫଳରେ ମନ୍ଦିର ଓ ମଠ ଉପରେ ନିର୍ଭର କରୁଥିବା ବ୍ରାହ୍ମଣ ଓ ସେବାୟତ ପରିବାରକୁ ଦୁର୍ଦ୍ଦିନରେ ଗତି କରିବାକୁ ପଡୁଛି । ଏଣୁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ କୋହଳ କରିବା ଏବଂ ସେବାୟତଙ୍କୁ ଆର୍ôଥକ ସହାୟତା ଯୋଗାଇଦେବାକୁ ଓଡିଶା ମନ୍ଦିର ସେବାୟତ ସଂଘ ଦାବି କରିଛି । ଏହି ଦାବିକୁ ନେଇ ସଂଘର ଡ଼ାକରାରେ ରାଜ୍ୟବ୍ୟାପୀ ସମସ୍ତ ମନ୍ଦିର ସମ୍ମୁଖରେ ଘଣ୍ଟ, ଘଣ୍ଟି ଓ ଶଙ୍ଖ ବଜାଇ ପ୍ରତିବାଦ କରାଯାଇଛି । ଏନେଇ ସରକାର ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ପରିବାର ସହିତ ସେବାୟତ ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି ।

Show More

Related Articles

Back to top button