
ବାଘ ଛାଲ ବିକ୍ରି ବେଳେ STF ର ଚଢଉ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ଅଞ୍ଚଳରରେ । ବାଘଛାଲ ଜବତ ସହ ୪ ଜଣକଙ୍କ ଉପରେ ଚଢାଉ କରିଛି ସ୍ପେଷାଲ ଟାସ୍କ ଫୋର୍ସ ଟିମ୍ । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣପାଦର ବୀରେନମିତ୍ର ନାୟକ, ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଗୁଣ୍ଡ୍ରିବାଡିର ରଂଜିତ କହଁର, ମଜୁରୀବାଡିର ରବିନାରାୟଣ କହଁର, ସୁକୁମାର କହଁର ।
ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ଯୁବକ ବାଘ ଛାଲ ବିକ୍ରି ପାଇଁ ଯୋଜନା ଚଳାଇବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଏବଂ ବନବିଭାଗର ମିଳିତ ଟିମ ଚଢାଉ କରିଥିଲା । ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଆଡେନିଗଡ ଜଙ୍ଗଲରେ ବାଘ ମାରିବା ସହ ଦେଶୀ ବନ୍ଧୁକ, ଗୁଳି, ଧନୁ ତୀର, ଫାସ ଆଦି ସେମାନଙ୍କ ପାଖରୁ ଜବତ କରାଯାଇଛି ।