Breaking PLUSଓଡ଼ିଶାମୁଖ୍ୟ ଖବର

ବହୁ ଚର୍ଚ୍ଚିତ ପୁରୀ ରେଳପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାମ ସୁବାଷକୁ ୫ ବର୍ଷ ଜେଲ ଦଣ୍ଡ

୫ ବର୍ଷ ପୂର୍ବରୁ ବହୁ ଚର୍ଚ୍ଚିତ ପୁରୀ ରେଳପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାମ ସୁବାଷକୁ ୫ ବର୍ଷ  ଜେଲ ଦଣ୍ଡ ହୋଇଛି । ଏଥି ସହିତ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ ତଥା ସିଜେଏମ ଡ. ଇନ୍ଦୁ ଶର୍ମା । ମାମଲାରେ ୪୦ ଜଣ ସାକ୍ଷୀଙ୍କ ବୟାନଙ୍କ ଭିତ୍ତିକରି ଜଜ ଶର୍ମା ଏହି ଶୁଣାଣୀ କରିଛନ୍ତି

୫ ବର୍ଷ ପୂର୍ବରୁ ବହୁ ଚର୍ଚ୍ଚିତ ପୁରୀ ରେଳପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାମ ସୁବାଷକୁ ୫ ବର୍ଷ  ଜେଲ ଦଣ୍ଡ ହୋଇଛି । ଏଥି ସହିତ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ ତଥା ସିଜେଏମ ଡ. ଇନ୍ଦୁ ଶର୍ମା । ମାମଲାରେ ୪୦ ଜଣ ସାକ୍ଷୀଙ୍କ ବୟାନଙ୍କ ଭିତ୍ତିକରି ଜଜ ଶର୍ମା ଏହି ଶୁଣାଣୀ କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ରେଳଷ୍ଟେସନରେ ୩ଟି ଟ୍ରେନରେ ନିଆଁ ଲାଗିଥିଲା । ଘଟଣା ଦିନ ନିଆଁ ଲାଗିଥିବା ଟ୍ରେନ ଗୁଡ଼ିକ ୨, ୩ ଓ ୬ ନମ୍ବର ପ୍ଲାଟଫର୍ମରେ ଥିଲା । ଅଭିଯୁକ୍ତ ରାମ ସୁବାଷ ଏହି ଟ୍ରେନଗୁଡ଼ିକରେ ନିଆଁ ଲଗାଇଥିଲା । ଘଟଣା ପରଦିନ ସୁବାଷ ପ୍ଲାଟଫର୍ମରେ ବୁଲୁଥିବା ବେଳେ ସେ ଜଳିଯାଇଥିବା ଟ୍ରେନଆଡ଼କୁ ବାରମ୍ବାର ଦେଖୁଥିଲା । ଫଳରେ ଜିଆରପି ପୁଲିସ ସବାଷକୁ ଘଟଣାର ଦିନକ ପରେ ଗିରଫ କରିଥିଲା । ଗିରଫ ପରେ ସୁବାଷ ଜେଲରେ ଥିବା ବେଳେ ମାମଲାର ରାୟ ପ୍ରକାଶ ପାଇଛି । ସୁବାଷ ଇତି ମଧ୍ୟରେ ୪ ବର୍ଷ ୧୧ ମାସ ଜେଲରେ ରହିସାରିଛି । ଆଉ ଏକ ମାସ ପରେ ତାର ଜେଲ ଅବଧି ଶେଷ ହେବ । ସରକାରୀ ଓକିଲ ରାଜଶେଖର ପାଢ଼ୀ ମାମଲାର ପରିଚାଳନା କରୁଥିଲେ ।

Show More

Related Articles

Back to top button