Breaking PLUSଓଡ଼ିଶାମୁଖ୍ୟ ଖବର

ବଡ଼ ଖବର: ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କଲେ ରାଜ୍ୟ ସରକାର

ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀପାବଳି ଭେଟି । ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ନୂଆ ଦର ନଭେମ୍ବର ୫ ତାରିଖ ମଧ୍ୟ ରାତ୍ରିରୁ ଲାଗୁ ହେବ । ଗତି କିଛି ଦିନ ହେଲା ଦେଶରେ ହୁ ହୁ ହୋଇ ବଢିଚାଲିଥିଲା ପେଟ୍ରୋଲ ଓ ଡିଜେଲ ଦର । ବୁଧବାର କେନ୍ଦ୍ର ସରକାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ପରେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିଛନ୍ତି ଓଡ଼ିଶା ସରକାର ।

ଏହାଦ୍ୱାରା ରାଜ୍ୟବାସୀ ୩ ଟଙ୍କା ରିହାତି ପାଇବେ । ତେବେ ୩ ଟଙ୍କା ରିହାତି ହେଲେ ରାଜସ୍ୱର ୧୪ ଶହ କୋଟି ଟଙ୍କା ଭାର ପଡ଼ିବ ।ଏହି କ୍ଷତି ରାଜ୍ୟ ସରକାର ବହନ କରିବେ । ଅନ୍ୟପଟେ କେନ୍ଦ୍ରସରକାରଙ୍କ ଏକ୍ସଆଇଜି ଡ୍ୟୁଟି ହ୍ରାସ ଯୋଗୁଁ ରାଜ୍ୟ ସରକାର ଅତିରିକ୍ତ ୭୦୦ ଶହ କୋଟି ଟଙ୍କା ହରାଇବେ । ତେଣୁ ଭାଟ୍ ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ସମୁଦାୟ ଦୁଇ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ । ଏହା ସହିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button