Breaking PLUSଓଡ଼ିଶାମୁଖ୍ୟ ଖବର
୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ କାମ ଶେଷ

ଭୁବନେଶ୍ୱର- ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ ଶେଷ ହୋଇଛି । ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀ ଉତ୍ତର ରଖିଛନ୍ତି । ‘୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି’ । ‘ବ୍ଲକସ୍ତରୀୟ ଓପନ୍ ଜିମ୍ ୯୨ରୁ ୬୨ଟି ହୋଇଛି, ୧୫ଟି କାମ ଚାଲିଛି’ । ମିନି ଷ୍ଟାଡ଼ିୟମ୍ ପାଇଁ ସାମଗ୍ରୀକ ଯୋଜନା ଦରକାର ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ‘୨୫ ଲକ୍ଷରେ ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ କରିବା ଚିନ୍ତା ନିର୍ବୋଧତା’ ।