Breaking PLUSଦେଶମୁଖ୍ୟ ଖବର

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ, ମୁମ୍ବାଇର ଲୀଳାବତୀ ହସ୍ପିଟାଲଲେ ଭର୍ତ୍ତି

ମୁମ୍ବାଇ : ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲଲେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ଡାକ୍ତର ହସ୍ପିଟାଲ ବାହାରକୁ ଆସି ସୈଫଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅସ୍ତ୍ରୋପଚାରରେ ୨.୫ ଇଞ୍ଚର ଛୁରି ମେରୁଦଣ୍ଡରେ ଥିଲା, ତା’କୁ କଢାଯାଇଛି । ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଶେଷ ହୋଇଛି । ବେକ, ମେରୁଦଣ୍ଡ ସହ ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି । ସୈଫ ବିପଦମୁକ୍ତ ଅଛନ୍ତି, ଏବେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୪ ଘଣ୍ଟା ଅବଜରଭେସନ୍‌ରେ ରଖାଯାଇଛି ବୋଲି ଡାକ୍ତର କହିଛନ୍ତି।

Show More

Related Articles

Back to top button