ଓଡ଼ିଶାବ୍ୟକ୍ତିତ୍ୱଶିକ୍ଷା
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୂଳପତି

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୂଳପତି । ଆଜି ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ରବିନ୍ଦ୍ର ପଣ୍ଡା । ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୂଳାଧିପତି ପ୍ରଫେସର ଗଣେଶୀଲାଲ ।
ନିଯୁକ୍ତି ପତ୍ରରେ ଉଲ୍ଲେଖ ରହିଛି ଯେ , ପ୍ରଫେସର ପଣ୍ଡା ଏହି ପଦବୀରେ ଚାରି ବର୍ଷ ପାଇଁ ରହିବେ ।
ସୂଚନା ଯୋଗ୍ୟ, ପ୍ରଫେସର ପଣ୍ଡା ବର୍ତ୍ତମାନ ବରୋଦାସ୍ଥିତ ମହାରାଜା ସୟାଜୀରାଓ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦୀର୍ଘ ୨୯ ବର୍ଷର ଅଭିଜ୍ଞତା ରହିଛି। ଏହି ସମୟରେ ସେ ୪୫ଟି ପୁସ୍ତକ ରଚନା କରିବା ସହିତ ତାଙ୍କ ଅଧିନରେ ୧୦ ଜଣ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।