ଖେଳଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଜିତିଲା ଏସିଆ କପ୍

ଦୁବାଇ: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ପରାଜୟ ପରେ କେହି ବି କଳ୍ପନା କରିପାରିନଥିଲେ ଶ୍ରୀଲଙ୍କା ଏସିଆ କପ୍‌ କ୍ରିକେଟ -୨୦୨୨ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିବ ବୋଲି। ଅନିଶ୍ଚିତତାର ଖେଳ କ୍ରିକେଟରେ ସବୁ ସମ୍ଭବ ବୋଲି ପୁଣି ଥରେ ଶ୍ରୀଲଙ୍କା ପ୍ରମାଣିତ କରି ଦେଖାଇଛି। ଦାସୁନ ସନକାଙ୍କ ନେତୃତ୍ବାଧିକ ଶ୍ରୀଲଙ୍କା ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରି ଏସିଆ କପ୍ -୨୦୨୨ ଜିତିବାରେ ସଫଳ ହୋଇଛି। ଶ୍ରୀଲଙ୍କା ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ସୁପର-୪​‌ରେ ଦଳ ଚମକ ଦେଖାଇଥିଲା। ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତକୁ ୬ ୱିକେଟରେ ଓ ୩ୟ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଫାଇନାଲରେ ଦଳ ୨୩ରନରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଦୁବାଇରେ ଚାଲିଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିନେଲା ଶ୍ରୀଲଙ୍କା । ଫାଇନାଲରେ ଦଳ ପାକିସ୍ତାନକୁ ୨୩ ରନ୍‌ରେ ହରାଇ ଦେଇଛି। ଏଥିସହ ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍‌ ଚାମ୍ପିଅନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୮ ରନ୍‌ରେ ୫ ୱିକେଟ  ହରାଇଥିଲା। ପରେ ରାଜପକ୍ଷଙ୍କ ଅପରାଜିତ ୭୧ ରନ୍‌, ହାସରଙ୍ଗା ୩୬ଓ ଧନଞ୍ଜୟ ୨୮ ରନ୍‌ କରିବା ଯୋଗୁ ଦଳ ୬  ୱିକେଟରେ ୧୭୦ ରନ୍‌ କରିପାରିଥିଲା। ରାଜପାକ୍ସେ ୪୫ ବଲ ଖେଳି ୬ ଚୌକା ଓ ୩ ଛକା ମାରିଥିଲା ।

Show More

Related Articles

Back to top button