Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାରରେ ଭୂଷିତ କରାଯିବ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା ।ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଏଥିସହ ଫଗୁ ଓ ଅବିର ଖେଳିବେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ ଓ ରତ୍ନସିଂହାସନରେ ପୂଜା ପାଉଥିବା ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରିବେ । ଶ୍ରୀମନ୍ଦିର ବେଢ଼ା ସାତ ଥର ପ୍ରଦିକ୍ଷଣ କରିବେ । ଅବିର ଖେଳ ମଧ୍ୟରେ ବିମାନ ଦୋଳବେଦୀକୁ ବିଜେ କରିବାର ପରମ୍ପରା ରହିଛି । ଏହାସହ ଆଜିର ଦିନରେ ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜିି ପଢାଯିବାର ପରମ୍ପରା ବି ରହିଛି ।

Show More

Related Articles

Back to top button