
ଶୁକ୍ରବାର ଶ୍ରୀ ଗଣେଶ ଚତୁର୍ଥୀ । କିନ୍ତୁ କରୋନା କଟକଣା ପାଇଁ ଏଥର ଗଣେଶ ପୂଜା ଫିକା । ପୂଜା ମଣ୍ଡପରେ କି ଶିକ୍ଷାନୁଷ୍ଠାନରେ ଧୁମଧାମରେ ହେବନି ପୂଜା। କେବଳ ବିଦ୍ଧି ରକ୍ଷାପାଇଁ ବିଘ୍ନ ବିନାଶକଙ୍କୁ ଆରାଧନା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି ।
ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଧୁମଧାମରେ ଗଣେଶ ପୂଜା ହେବ ନାହିଁ । କେବଳ ବିଧି ପାଳନ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ମାମଲା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।