Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଲେ ଏସଆରସି

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡିକରେ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି ଏସଆରସି ।

ଜିରୋ କାଜୁଆଲିଟିର ମିଶନ ନେଇ କାମ କରୁଥିବା ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପୂରା ସ୍ଥିତି ଉପରେ କଡା ନଜର ରଖିଛନ୍ତି । ତଳିଆ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାହାଡିଆ ଅଞ୍ଚଳରେ ଭୁସ୍କଳନ ସମ୍ଭାବନା ଥିବାରୁ ଏହା ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ୩ ରାତିରୁ ସମୁଦ୍ର ଭୀଷଣ ଅଶାନ୍ତ ହେବାକୁ ଥିବା ବେଳେ ମତ୍ସ୍ୟଜୀବୀ ମାନଙ୍କୁ ଫେରି ଆସିବାକୁ କୁହାଯାଇଛି ।

ଜଳ ବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି । ଅହୋରାତ୍ର କଣ୍ଟ୍ରୋଲ ରୁମ୍ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ପରାମର୍ଶ କଡ଼ାକଡ଼ି ପାଳନ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button