ଦେଶ ବିଦେଶମନୋରଞ୍ଜନ

ସୋନୁ ସୁଦ୍: ଫିଲ୍ମରେ ୧୦୦ କୋଟି ରୋଜଗାର କରିବାଠୁ ଅଧିକ ସନ୍ତୋଷ ଦିଏ କାହାକୁ ଅକ୍ସିଜେନ୍ ପହଞ୍ଚାଇବା

କରୋନା ସାରା ଦେଶରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି। ଲକ୍ଷ ଲକ୍ଷ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତି ପରିସ୍ଥିତିରେ ଅନେକ ସେଲିବ୍ରିଟି ସହାୟତାର ହାତ ବଢାଉଛନ୍ତି। ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସବୁ ସମ୍ଭାବ୍ୟ ସାହାଯ୍ୟ କରୁଛନ୍ତି

ହସ୍ପିଟାଲ ବେଡ଼ ଓ ଅକ୍ସିଜେନ ସଙ୍କଟ ଦୂର କରିବାକୁ ସୋନୁ ସୁଦ ନିଜ ଆଡୁ ପୁରା ଚେଷ୍ଟା କରୁଛନ୍ତି। ସେ ସଫଳ ବି ହୋଇଛନ୍ତି। ଲୋକଙ୍କୁ ସାହାଯ୍ୟ କରି ତାଙ୍କୁ ଯେଉଁ ଖୁସି ଅନୁଭୂତ ହୁଏ ତାକୁ ନେଇ ସେ ଏକ ଟ୍ୱିଟ କରିଛନ୍ତି।ସୋନୁ ସୁଦ ଟ୍ୱିଟରେ ଲେଖିଛନ୍ତି, “ଅଧ ରାତିରେ ବେଡ଼ ଆୟୋଜନ କରିବାକୁ ଯଦି ଆପଣ ଅନେକ ଫୋନ୍ କଲ୍ କରିପାରୁଛନ୍ତି, ଓ କିଛି ଲୋକଙ୍କ ଜୀବନ ବଞ୍ଚାଇବାକୁ ଅକ୍ସିଜେନ ବ୍ୟବସ୍ଥା କରିପାରୁଛନ୍ତି, ତାହେଲେ ସତ କହୁଛି ଏହା ଲକ୍ଷେ ଗୁଣ ସନ୍ତୋଷ ଦେଇଥାଏ ଯାହାକି ଏକ ୧୦୦ କୋଟିର ଫିଲ୍ମ ବି ଦେଇନଥାଏ। ଲୋକେ ହସ୍ପିଟାଲ ବାହାରେ ବେଡ଼ ପାଇଁ ଅପେକ୍ଷା କରିଥିବା ଜାଣି ନିଦ ହୁଏନି।”

ସୂଚନାଯୋଗ୍ୟ ଯେ, ସୋନୁ ସୁଦ୍ କୋଭିଡ୍-୧୯ ହେଲ୍ପ ଆପ୍ ଲଞ୍ଚ୍ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଆପ ଜରିଆରେ ଲୋକେ ଫ୍ରିରେ କରୋନା ଟେଷ୍ଟ କରିପାରିବେ ଓ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ। ସୁଦ୍ ଫାଉଣ୍ଡେସନ୍, ହିଲ୍ ୱେଲ୍ ୨୪ ଓ କୃଷ୍ଣା ଡାଇଗ୍ନୋଷ୍ଟିକ ପ୍ରାଇଭେଟ ଲିମିଟେଡ୍ ସହ ମିଶି ସୋନୁ ଏହି ଫାଉଣ୍ଡେସନ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି, ଆପଣମାନେ ଆରାମ କରନ୍ତୁ, ମୋତେ ଟେଷ୍ଟ କରିବାକୁ ଦିଅନ୍ତୁ। ଫ୍ରି କୋଭିଡ-୧୯ ଆପ ଲଞ୍ଚ କରୁଛି।

Show More

Related Articles

Back to top button