Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ସୋନାଲି ମୃତ୍ୟୁ ଘଟଣା: ହାଇକୋର୍ଟର ଦ୍ୱାରସ୍ଥ ହେବେ ସୋନାଲିଙ୍କ ପରିବାର ଲୋକେ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛନ୍ତି। ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍‌ ଗୋଆ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ତେବେ ସୋନାଲିଙ୍କ ପରିବାର ଲୋକେ କିନ୍ତୁ ଗୋଆ ପୁଲିସର ତଦନ୍ତରେ ଖୁସି ନାହାନ୍ତି। ଏଥିପାଇଁ ସେମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଗୋଆ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏନେଇ ସୋନାଲିଙ୍କ ପୁତୁରା ବିକାଶ ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ହାଇକୋର୍ଟରେ ପରିବାର ପକ୍ଷରୁ ଏକ ପିଟିସନ ଦାଖଲ କରାଯିବ। ଏହା ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ଗୋଆ ପୁଲିସ ନିଜ ସମୟ ନଷ୍ଟ କରୁଛି। ସିବିଆଇ ତଦନ୍ତକୁ ନେଇ ଗୋଆ ସରକାର ମଧ୍ୟ ଚିନ୍ତିତ ନାହାନ୍ତି। ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଗାଯାଇଛି। ଯଦି ପୂରା ଘଟଣାର ଗୁରୁତର ସହ ତଦନ୍ତ କରାଯାଇଥାନ୍ତା, ତେବେ ଅଭିଯୁକ୍ତ ସୁଧୀରଙ୍କୁ ଗୋଆ ପୁଲିସ ନିଜ ସହ ଆଣିଥାନ୍ତା। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୋଆ ପୁଲିସ ଏହି ସବୁ କରୁଛି। ଗୋଆ ପୁଲିସ ଆମକୁ ସମର୍ଥନ କରୁନାହିଁ। ଏହା ପଛରେ ରାଜନୈତିକ ଚାପ ରହିଥିବା ସନ୍ଦେହ କରାଯାଉଛି। ତେଣୁ ବର୍ତ୍ତମାନ ମାମାଲର ସିବିଆଇ ତଦନ୍ତ ପାଇଁ ଗୋଆ ହାଇକୋର୍ଟକୁ ଯିବେ ବୋଲି ପରିବାର ଲୋକେ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସୁଧୀର ସ୍ୱୀକାର କରିଛନ୍ତି ଯେ ସୋନାଲିଙ୍କୁ ସୁଚିନ୍ତିତ ଭାବେ ଡ୍ରଗ୍ସର ଓଭରଡୋଜ୍‌ ଦିଆଯାଇଥିଲା। ସୁଧୀର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଏଥିପାଇଁ ସୁଖବିନ୍ଦରଙ୍କ ସାହାଯ୍ୟ ନେଇଥିଲେ। ଗୋଆ ପୁଲିସର ଟିମ୍ ଗତ ଚାରି ଦିନ ଧରି ହରିୟାଣାର ହିସାରରେ ଅଛି। ସେଠାରୁ ଗୋଆ ପୁଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା କୁହାଯାଉଛି। ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ‘ଆମେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଗୁପ୍ତ ରିପୋର୍ଟ ପଠାଇଛୁ। ମୋର ପୁଲିସ୍ ଟିମ୍ ଦ୍ୱାରା କରାଯାଇଥିବା ତଦନ୍ତରେ ମୁଁ ସନ୍ତୁଷ୍ଟ। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ।’

 

Show More

Related Articles

Back to top button