ଅପରାଧଦେଶ

ସମ୍ପତ୍ତି ପାଇଁ ବାପାଙ୍କୁ ଗୁଳି କରି ହତ୍ୟା କଲା ପୁଅ

ଏଭଳି ଘଟଣା ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି

ପାଟନା: ବିହାରର ଧମଦାହ ଥାନା ଅଞ୍ଚଳ ବିଶନପୁର ପଞ୍ଚାୟତର କବୈୟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ନିଜ ଜନ୍ମକଲା ବାପାଙ୍କୁ ଗୁଳି କରି ହତ୍ୟା । ମୃତକଙ୍କ ନାମ ଅରବିନ୍ଦ ମଣ୍ଡଳ । ଏଭଳି ଘଟଣା ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ତଦନ୍ତ ଜାରି ରଖିଛି  ।

ସୂଚନା  ମୁତାବକ , ଅରବିନ୍ଦ ମଣ୍ଡଳ ଭବାନୀପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ବାଇକରେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଜମି ବିବାଦକୁ ନେଇ ବୋଲି କୁହାଯାଉଛି ।

ଘଟଣା ସମ୍ପର୍କରେ ମୃତକ ଅରବିନ୍ଦଙ୍କ ପତ୍ନୀ ସାବିତ୍ରୀ ଦେବୀ କହିଛନ୍ତି ଯେ ଏହି ହତ୍ୟା ପଛରେ ନିଜ ପୁଅ ରଣଜିତ ମଣ୍ଡଳର ହାତ ଅଛି । ସେ ଆହୁରି କହିଛନ୍ତି କି, ତାଙ୍କ ସ୍ୱାମୀଙ୍କ ମୋଟ ୧୨ ଏକର ଜମି ଅଛି, ସେଥିମଧ୍ୟରୁ  ଝିଅକୁ ୫ ଏକର ଜମି ଦିଆଯାଇଥିଲା । ଯାହାକୁ ନେଇ ରଞ୍ଜିତ ମଣ୍ଡଳ ପ୍ରତିଦିନ ତା ପିତାଙ୍କ ସହ ଝଗଡା କରୁଥିଲା ।  ମୃତକଙ୍କ ପତ୍ନୀ କହିଛନ୍ତି ଯେ ୮ ଦିନ ପୂର୍ବରୁ ମଧ୍ୟ ରଣଜିତ ତା ବାପାଙ୍କ ଉପରକୁ ଗୁଳି ଚଳାଇଥିଲା । ଯାହାଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହା ପରେ ଧମଦାହା ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଅଭିଯୁକ୍ତ ନାଁରେ ଥାନାରେ ଏତଲା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

Show More

Related Articles

Back to top button