ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପୁଅ ସାଜିଲା ସଇତାନ, ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁଶି ହତ୍ୟା

ନୂଆଦିଲ୍ଲୀ: ପୁଅ ସାଜିଲା ସଇତାନ। ଭୁଲିଗଲା ରକ୍ତ ସମ୍ପର୍କ। ନିଜ ଜନ୍ମକଲା ବାପା-ମାଆଙ୍କୁ ବି ଛାଡିଲାନି ପୁଅ। ଛୁରୀ ଭୁଶି ନିଜ ପରିବାରର ୪ ଜଣ ସଦସ୍ୟଙ୍କୁ କଲା ବିଭତ୍ସ ହତ୍ୟା। ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ।

ଦିଲ୍ଲୀର ସାଉଥ ୱେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ରାଜନଗର ପାର୍ଟ-୨ରୁ ଏକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ମାଆ, ବାପା, ଜେଜେ ମାଆ ଓ ଉଭଣୀ ଅଛନ୍ତି। ଘରର ପୁଅ ହିଁ ଏମାନଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜଣାପଡିନଥିବା ବେଳେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତର ନାଁ ହେଲା କେଶବ। ପୁଲିସ କହିବା ଅନୁସାରେ, ବୟସ ୨୫ ବର୍ଷ ଓ ସେ ଜଣେ ନିଶାଖୋର୍ ବ୍ୟକ୍ତି। ସେ ହିଁ ଘରର ୪ ଜଣ ସଦସ୍ୟଙ୍କୁ ଛୁରୀରେ ଭୁଶି ହତ୍ୟା କରିଛି। ପୁଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ କେଶବ ନିକଟ ଅତୀତରେ ଏକ ‘ଡ୍ରଗ୍‌ସ୍ ଆଡିକ୍ସନ୍ ସେଣ୍ଟର୍‌’ରୁ ଘରକୁ ଆସିଥିଲେ। ଘଟଣା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦.୩୦ରେ ସୂଚନା ପାଇଥିଲେ ଏବଂ ଏହି ହତ୍ୟାକାଣ୍ଡ ଉପରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।

Show More

Related Articles

Back to top button