ଓଡ଼ିଶା

ଭୟଙ୍କର ଭୂକମ୍ପରେ ଥରିଲା ସୋଲୋମନ ଦ୍ବୀପ,୭.୦ ତୀବ୍ରତା ରେକର୍ଡ

ଭୟଙ୍କର ଭୂକମ୍ପରେ ଥରିଲା ସୋଲୋମନ ଦ୍ବୀପ । ଗତକାଲି ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିଲାବେଳେ ଆଜି ସକାଳୁ ସୋଲୋମନର ଭୃପୃଷ୍ଠରେ ମଧ୍ୟ ଅନୁଭୂତ ହୋଇଛି । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଥିବାବେଳେ ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏନେଇ ଆମେରିକାର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପ ପରେ ଉକ୍ତ ଅଞ୍ଚଳବାସୀ ଭୟଭୀତ ହୋଇ ପଦାକୁ ବାହାରିବା ସହ ଏଣେତେଣେ ଧାଇଁବାକୁ ଲାଗିଥିଲେ । ତେବେ ପ୍ରଶାସନ ପକ୍ଷରୁ ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିପାରିନାହିଁ ।

 

Show More

Related Articles

Back to top button