ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସମାଜସେବୀ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରିଛନ୍ତି ସୁଶ୍ରୀ ସୁଚରିତା ଦାଶ

ଦାମନଯୋଡ଼ି : ଭୁବନେଶ୍ୱର ଶଦ୍ଦ ମିଡିଆ ପ୍ରାଇଭେଟ ଲିମିଟେଡ୍ ଓ ଶବ୍ଦ ଓଡ଼ିଶା ନ୍ୟୁଜ ୱ୍ୱେବ ପୋର୍ଟାଲ ତରଫରୁ ସମାଜସେବୀ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ ପତ୍ର ସହ ସମ୍ମାନିତ କରାଯାଇଛି । ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ ତାଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ କହଁର ଭାରତ ସରକାରଙ୍କ ଅଧୀନରେ ଥିବା ଦାମନଯୋଡି ନାଲକୋରେ ବୈଷୟିକ କର୍ମଚାରୀ ଭାବେ କାମ କରୁଛନ୍ତି । ଦାମନଯୋଡିରେ ଜଣେ ସାଂସ୍କୃତିକ ସଙ୍ଗଠକ ଭାବରେ ଏକାଧିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏହା ସହ ରାଷ୍ଟ୍ରଦୀପ ପ୍ରଚାର ସମିତିର ଜଣେ ବଳିଷ୍ଠ ଓ ବରିଷ୍ଠ ସଦସ୍ୟ ଭାବରେ ବୃକ୍ଷରୋପଣ,ରକ୍ତଦାନ ଶିବିର ଆୟୋଜନ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସହଯୋଗ ପ୍ରଦାନ ଭଳି ମହତ କାର୍ଯ୍ୟ ହାତକୁ ନେଇ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଡକ୍ଟର ସୁରେନ୍ଦ୍ର କହଁର ନିଜର ସାରସ୍ୱତ ସାହିତ୍ୟ ସାଧନା ପାଇଁ ଓଡିଶାର ଅନେକ ସାହିତ୍ୟ,ସଂସ୍କୃତି ଅନୁଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି । ଡକ୍ଟର କହଁରଙ୍କ ସାମଗ୍ରିକ ସାହିତ୍ୟ କୃତି ,ସମାଜ ସେବା ଓ ବିଭିନ୍ନ ସାଂସ୍କୃତିକ ସଙ୍ଗଠନର କାର୍ଯ୍ୟକଳାପକୁ ସମ୍ମାନ ଜଣାଇ ଶବ୍ଦ ମିଡିଆ ଅନୁଷ୍ଠାନ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା କହିଛନ୍ତି ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ । ଏହି ସମ୍ମାନ ଡକ୍ଟର କହଁରଙ୍କୁ ସମାଜ ପାଇଁ ଅନେକ ସେବା କରିବାର ପ୍ରେରଣା ଯୋଗାଇବ ।

Show More

Related Articles

Back to top button