ଦେଶସ୍ୱତନ୍ତ୍ର

ବ୍ରହ୍ମୋସ ସୁପରସୋନିକକ୍ରୁ ମିସାଇଲର ସପ୍ଲାଏ ପାଇଁ ପ୍ରତିରକ୍ଷା ବିଭାଗ ଡିଲ କଲା ଏତିକି ଟଙ୍କା

ଆଜି ପ୍ରତିରକ୍ଷା ବିଭାଗ ଅତିରିକ୍ତ ବ୍ରହ୍ମୋସ ସୁପରସୋନିକକ୍ରୁ ମିସାଇଲର ସପ୍ଲାଏ ପାଇଁ ୧୭ ହଜାର କୋଟିର ଡିଲ୍‌ କରିଛି । ଏହି ବ୍ରହ୍ମୋସ ମିସାଇଲ ନୌସେନାର ସମ୍ମୁଖଭାଗରେ ନିୟୋଜିତ ଯୁଦ୍ଧ ତୋପରେ ଖଞ୍ଜାଯିବାକୁ ଥିବାବେଳେ ତୋପର ଲକ୍ଷ୍ୟ ଭେଦ କ୍ଷମତା ରହିଛି ୨୯୦ କିମି ।ସେହିପରି ଉଭୟ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ଜାହାଜ ବିଧ୍ୱଂସ କରିବାର କ୍ଷମତା ରଖିଛି ଏହି ସୁପରସୋନିକ ବ୍ରହ୍ମୋସ ମିସାଇଲ ।

ଏହାକୁ ହାସଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ର କିଣୁଥିବା ୱିଙ୍ଗ ଓ ଏମ/ଏସ ବ୍ରହ୍ମୋସ ଏରୋସ୍ପେଶ ପ୍ରାଇଭେଟ ଲିଃ ୧୭ ହଜାର କୋଟିର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବ୍ରହ୍ମୋ ମିସାଇଲ ସାମିଲ ହେବା ପରେ ନୌସେନାର ଅପରେସନ ଦକ୍ଷତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଦେଶରେ ତିଆରି କରିବା ଲକ୍ଷ୍ୟକୁ ମଧ୍ୟ ଏହି ଚୁକ୍ତି ପ୍ରୋତ୍ସାହିତ କରିଛି । କାରଣ ଭାରତରେ ହିଁ ଏହି ସବୁ ମିସାଇଲ ଉତ୍ପାଦନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

 

Show More

Related Articles

Back to top button