Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶରେ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୋପାଳ- କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ମଧ୍ୟପ୍ରଦେଶର ନିର୍ବାଚନୀ ପ୍ରଚାର କରିବେ । ସେଠାରେ ସେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧନ କରିବେ ।
ବିଜେପି ମୁଖପାତ୍ର ଆଶିଷ ଅଗ୍ରୱାଲ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦ୍ୱିପ୍ରହର 12.45 ମିନିଟ ସମୟରେ ନର୍ମଦାପୁରମ ଜିଲ୍ଲାର ସୋହାଗପୁର ବିଧାନସଭାର ବାବଇରେ ଜନସଭାକୁ ସମ୍ବୋଧିତ କରିବେ । ଦ୍ୱିପ୍ରହର 2ଟା ବେଳେ ଇଟାରସୀରେ ଜନସଭା, ଦ୍ୱିପ୍ରହର 3.30 ବେଳେ ହରଦା ବିଧାନସଭାର ଖିରକିୟାରେ ଜନସଭାକୁ ସମ୍ବୋଧିତ କରିବେ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସନ୍ଧ୍ୟା 6.30ରେ ଭୋପାଳ ଜିଲ୍ଲାର ନରେଲା ବିଧାନସଭାର ଚାନ୍ଦବଡରେ ଜନସଭାକୁ ସମ୍ବୋଧିତ କରିବେ ।

Show More

Related Articles

Back to top button