Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

କରୋନା ପଜିଟିଭ ଚି଼ହ୍ନଟ ହେଲେ ଇଣ୍ଡିଆନ ସୁପର ଲିଗର ଛଅ ଖେଳାଳି

ଆଇଏସଏଲ ଖେଳିବାକୁ ଆସିଥିବା ବିଭିନ୍ନ ଫୁଟବଲ କ୍ଲବର ଛଅ ଜଣ ଫୁଟବଲ ଖେଳାଳି କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ଖେଳାଳିମାନଙ୍କ ପାଇଁ ଗୋଆ ଠାରେ ତିଆରି ହୋଇଥିବା ବାୟୋ ସିକ୍ୟୁର ବବଲ ମଧ୍ୟକୁ ଯିବା ପୂର୍ବରୁ ଛଅ ଜଣ ଖେଳାଳି କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. 

ମିଳିଥିବା ସୂଚନା ଅନୁସାରେ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ଛଅ ଜଣ ଖେଳାଳି ଡ଼ିଫେଣ୍ଡିଙ୍ଗ ଚାମ୍ପିଅନ ଏଟିକେ, ମୋହନ ବାଗାନ, ଏଫସି ଗୋଆ ଏବଂ ହାଇଦ୍ରାବାଦ ଏଫସିର ଖେଳାଳି. ଏମାନଙ୍କ ମଧ୍‌ଯରୁ ଦୁଇଜଣ ଖେଳାଳି ସୁସ୍ଥ ହୋଇ ସାରିଥିବାବେଳେ ବାକି ଚାରି ଜଣ ଖେଳାଳି ହୋମ ଆଇସୋଲେସନରେ ରହିଛନ୍ତି.

ଆଇଏସଏଲର ନିୟମାନୁସାରେ ଯଦି କୌଣସି ଖେଳାଳି କରୋନା ପଜିଟିଭ ଚି଼ହ୍ନଟ ହୁଅନ୍ତି ତେବେ ୧୪ ଦିନ ଆଇସୋଲେସନରେ ରହିବା ବାଧ୍ୟତାମୂଳକ. ଏହା ସହ ଆଇସୋଲେସନ ପିରିୟଡ଼ର ୧୦, ୧୨ ଏବଂ ୧୪ ଦିନ ସେମାନେ କରୋନା ଟେଷ୍ଟ କରିବେ. ଯଦି ୧୨ ଏବଂ ୧୪ ଦିନର ଟେଷ୍ଟ ନେଗେଟିଭ ଆସେ ତେବେ ସେମାନେ ଗୋଆ ସ୍ଥିତ ବାୟୋସିକ୍ୟୁଅର ବବଲ ମଧ୍ୟକୁ ପ୍ରବେଶ କରିବାର ଅନୁମତି ପାଇବେ.

ଜାମସେଦପୁର ଏଫସି, ଚେନ୍ନାଇ ଏଫସି, ଓଡିଶା ଏଫସି, ମୁମ୍ବାଇ ସିଟି ଏଫସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫସି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଖେଳାଳିଙ୍କ ପରୀକ୍ଷା କରାଇନାହାନ୍ତି.

Show More

Related Articles

Back to top button