Breaking PLUSଦେଶମୁଖ୍ୟ ଖବର

ତିରୁପତି ମନ୍ଦିରରେ ଦଳାଚକଟାରେ ୬ଜଣଙ୍କର ମୃତ୍ୟୁ

ତିରୁପତି- ତିରୁପତି ମନ୍ଦିରରେ ବୁଧବାର ସନ୍ଧ୍ୟାରେ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଏଥିରେ ୨୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବୈକୁଣ୍ଠ ଏକାଦଶୀ ନିମନ୍ତେ ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ବର ସ୍ବାମୀଙ୍କ ସ୍ବତନ୍ତ୍ର ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟୋକନ ନେବା ପାଇଁ ଏହି ଦଳାଚକଟା ହୋଇଥିଲା। ଟୋକନ ନେବା ଲାଗି ପ୍ରାୟ ୪୦୦୦ ଭକ୍ତ ରୁଣ୍ଡ ହୋଇଥିଲେ। ଟୋକନ ବଣ୍ଟନ ଲାଗି ବୈରାଗୀ ପଟ୍ଟିଡା ପାର୍କରେ ଅସ୍ଥାୟୀ କାଉଣ୍ଟର ତିଆରି କରାଯାଇଥିଲା। କାଉଣ୍ଟର ଆଗରେ ଭକ୍ତଙ୍କ ଧାଡି ଲାଗିଥିଲା। ଧାଡି ସତ୍ତ୍ବେ ଟୋକନ୍‌ ନେବାକୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଆଜି ସକାଳ ୫ଟାରୁ ଟୋକନ୍ ବଣ୍ଟନ କରାଯିବାକୁ ଥିବାବେଳେ ବୁଧବାର ଠାରୁ ଭକ୍ତଙ୍କ ଭିଡ ଲାଗିଥିଲା। ତିରୁମାଲା ତିରୁପତି ଦେବସ୍ଥାନମ୍ ପକ୍ଷରୁ ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୦ଦିନିଆ ବୈକୁଣ୍ଠ ଦ୍ବାର ଦର୍ଶନ ବ୍ୟବସ୍ଥା କରାଯାଇଛି।

Show More

Related Articles

Back to top button