Breaking PLUSଦେଶମୁଖ୍ୟ ଖବର

ସଙ୍ଗରୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 6ମୃତ

ଚଣ୍ଡିଗଡ – ପଞ୍ଜାବର ସଙ୍ଗରୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 6ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଦୁଇଟି ଟ୍ରଲି ମଧ୍ୟରେ ଏକ କାର ଫସିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଟ୍ରଲିକୁ କଟରରେ କାଟି କାରରେ ଥିବା ଲୋକଙ୍କୁ ବାହାର କରିଥିଲେ । ଦୁର୍ଘଟଣାରେ ଟ୍ରଲି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ସୁନାମରୁ ମଲେରକୋଟଲାରେ ବାବା ହାଇଦର ଶେଖ ଦର୍ଘାକୁ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଫେରିବା ସମୟରେ ରାତି ପ୍ରାୟ 2ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button