ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ,ସଂସଦ ଭବନକୁ ଧସେଇ ପଶିଲେ ବିକ୍ଷୋଭକାରୀ

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି । ସଂସଦ ଭବନକୁ ଧସେଇ ପଶିଲେ ଅନେକ ସଂଖ୍ୟକ ବିକ୍ଷୋଭକାରୀ । ପ୍ରଦର୍ଶନକାରୀ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଲାଗି ପୂର୍ବତନ ମନ୍ତ୍ରୀ ପ୍ରାନ୍ତୀୟ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି । ଯେଉଁଥି ପାଇଁ ଏଭଳି ପରିସ୍ଥିତି ସୃଷ୍ଠି ହୋଇଛି ।

ତେବେ ବିଭିନ୍ନ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ,ପ୍ରଦର୍ଶନକାରୀ ବୁଧବାର ବାଗଦାଦର ଉଚ୍ଚ ସୁରକ୍ଷାଯୁକ୍ତ ଗ୍ରୀନ ଜୋନ, ସରକାରୀ ଭବନକୁ ନିଜ ଅକ୍ତିଆରକୁ ନେଇଛନ୍ତି । ଏହା ପରେ ସଂସଦରେ ପ୍ରବେଶ କରିଛନ୍ତି । ମାତ୍ର ଘଟଣା ସମୟରେ କୌଣସି ସାଂସଦ ଉପସ୍ଥିତ ନ ଥିଲେ । ପ୍ରଦର୍ଶନକାରୀ ହାତରେ ଶିୟା ନେତା ଅଲ୍-ସଦରରଙ୍କ ଫଟୋ ଧରିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ବିକ୍ଷୋଭକାରୀ ଅଲ୍-ସୁଦାନୀ ଆଉଟ୍ ନାରାବାଜୀ ମଧ୍ୟ ଲଗାଇଥିଲେ । ବିରୋଧ ପ୍ରଦର୍ଶନକୁ ଦେଖି ଦେଶର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀ ପ୍ରଦର୍ଶନକାରୀଙ୍କୁ ଗ୍ରୀନ୍ ଜୋନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଅଲ୍-ସଦରଙ୍କ ପାର୍ଟି ମୋଟ ୩୨୯ ଆସନରୁ ୭୩ ଆସନ ଜିତିଥିଲେ । କିନ୍ତୁ ଇରାକର ରାଷ୍ଟ୍ରପତି ହେବା ପାଇଁ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯେଉଁ କାରଣରୁ ମୁକତଦା ଅଲ୍-ସଦର ସରକାର ଗଠନ ପାଇଁ ଆଲୋଚନା କରିବାରୁ ନିଜକୁ ଦୂରେଇ ରହିଥିଲେ ।

 

Show More

Related Articles

Back to top button