Breaking PLUSଦେଶ ବିଦେଶମୁଖ୍ୟ ଖବର

ଆୟର୍ଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସ

ଡବଲିନ୍: ଆୟର୍ଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସ । ଶାସକ ଫାଇନ୍‌ ଗେଲ୍‌ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ୍‌ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର ଆୟର୍ଲାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ଥିଲେ। ଗତ ମାସ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।
ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ଟି ଭୋଟ୍ ପଡ଼ିଥିଲା। ତାଙ୍କୁ ମେଣ୍ଟ ଦଳଗୁଡ଼ିକ ସହ ଅନେକ ନିର୍ଦଳୀୟ ସାଂସଦଙ୍କର ମଧ୍ୟ ସମର୍ଥନ ମିଳିଥିଲା।

Show More

Related Articles

Back to top button