Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିକ୍କିମ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି

ଗାଙ୍ଗଟକ୍‌: ସିକିମ୍‌ ଜଳ ପ୍ରଳୟର ଧ୍ବଂସାବଶେଷ ତଳୁ ମୃତଦେହ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚତୁର୍ଥ ଦିନରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ସିକିମ୍‌ରୁ ୨୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତିସ୍ତା ନଦୀ ଅବବାହିକାର ପଶ୍ଚିମବଙ୍ଗ ଏବଂ ବାଂଲାଦେଶରୁ ୩୨ରୁ ଅଧିକ ମୃତଦେହ ମିଳିଛି। ବାସ୍ତବରେ କେତେ ନିଖୋଜ ଅଛନ୍ତି ତାହାର ସ୍ପଷ୍ଟ ଚିତ୍ର ମିଳିନଥିବାବେଳେ ଆହୁରି ପ୍ରାୟ ୧୦୦ ଜଣଙ୍କ ପତ୍ତା ମିଳୁନଥିବା କୁହାଯାଉଛି।

ବରଦଙ୍ଗଠାରୁ ନିଖୋଜ ୨୨ ଯବାନଙ୍କ ମଧ୍ୟରୁ ୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କ ସହ ମୋଟ ୧୪୨ଜଣଙ୍କୁ ଖୋଜାଯାଉଥିବା ସୂଚନା ମିଳିଛି। ବୁଧବାରର ବାଦଲ ଫଟା ବର୍ଷା ଯୋଗୁଁ ୪ ଜିଲାର ୨୫ହଜାର ଜନତା ପ୍ରଭାବିତ ହୋଇଛନ୍ତି ଓ ୧୨୦୦ରୁ ଅଧିକ ବାସଗୃହ ଧୋଇଯାଇଛି। ନଦୀ ବନ୍ଧ, ସଡ଼କ ଓ ଅନ୍ୟାନ୍ୟ କ୍ଷୟକ୍ଷତିର ପରିମାଣ ଆକଳନ କଷ୍ଟକର ହୋଇପଡ଼ିଛି।

ବନ୍ୟାରେ ଭାସି ଯାଇଥିବା ସେନା ଗାଡ଼ିର ଅସ୍ତ୍ରଶସ୍ତ୍ର ନଦୀ ଭିତରେ ବିସ୍ଫୋରିତ ହେଉଛି। ଶୁକ୍ରବାରେ ଏଭଳି ଘଟଣା​‌େ​‌ର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଥିଲେ। ପୁଣି ତିସ୍ତା ନଦୀରେ ଗୁଳିଗୋଳା ବିସ୍ଫୋରଣ ହୋଇଥିବା ଖବର ମିଳିଛି; ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

ସେନା ଶିବିର ଧୋଇଯିବା ଦ୍ବାରା ବ୍ୟାପକ କ୍ଷତି ଘଟିଛି। ମୋଟ ୨୨ଟି ରିଲିଫ ଶିବିରରେ ଏବେ ବି ପାଖାପାଖି ୭ହଜାର ଲୋକ ଆଶ୍ରୟ ନେଇଛନ୍ତି। ଏନ୍‌ଡିଆରଏଫ୍‌, ସେନା ଓ ଆଇଟିବିପି ଯବାନ ପ୍ରାଣମୂର୍ଚ୍ଛା ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆଇଟିବିପି ଅଧୀନ ‘ହିମବୀର’ ବାହିନୀର ଯବାନମାନେ ୧୬ହଜାର ଫୁଟ ଉଚ୍ଚରେ ଅକଳରେ ପଡ଼ିଥିବା ୬୮ ଲୋକଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି। ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା ଓ ରିଲିଫ ଶିବିରରେ ଥିବା ଲୋକଙ୍କୁ ଜଣ ପିଛା ୨ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Show More

Related Articles

Back to top button