Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ସହ ଏଏସଆଇର ବୈଠକ ଶେଷ

ଭୁବନେଶ୍ୱର, 30 ନଭେମ୍ବର- ରତ୍ନଭଣ୍ଡାର ବାହାର ପାର୍ଶ୍ୱରୁ ଲେଜର୍ ସ୍କାନିଂ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇ ସୁପରିଟେଣ୍ଡେଟଙ୍କ ବୈଠକ ଶେଷ ହୋଇଛି । ଡାଟା ଟ୍ରାନସଫର୍ ପରେ ହେବ ଆନାଲିସିସ୍। ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦିଆଯିବ। ସମୁଦାୟ 45ଟି ପଏଣ୍ଟରେ ଲେଜର୍ ସ୍କାନିଂ ଶେଷ ହୋଇ ଡକୁମେଣ୍ଟେସନ୍ ସରିଛି। ରିପୋର୍ଟ ପ୍ରଦାନ ପରେ ପାର୍ଶ୍ୱଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ ହେବ। 5ଡିଗ୍ରୀ ଆଙ୍ଗେଲରେ ଦୁଇଦିନ ଧରି ଲେଜର୍ ସ୍କାନିଂ କରାଯାଇଥିଲା । ବାହାରପାର୍ଶ୍ୱ ରିପୋର୍ଟ ଦେଖି ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ସୁପରିଟେଣ୍ଡେଟ୍ ଡି.ବି ଗଡନାୟକ ।

Show More

Related Articles

Back to top button