Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧. ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ୱତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

୨. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଲେ ୬୦୯ ବିଦ୍ୟାର୍ଥୀ ।

୩. ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଧାନ ବିକ୍ରୀ ଅର୍ଥ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀଙ୍କ ତାଗିଦ୍ ।

୪. ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ଯୋଗଦେଲେ ୧୩୫ ଖେଳାଳି ।

୫. ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଖୋଲିଲା ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର ।

୬. ଇଶା ଅମ୍ବାନିଙ୍କୁ “ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି ।

୭. ୱାର୍ଣ୍ଣର୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ବିଜୟ ଧାରା ଜାରି ।

୮. ୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ ! ୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର ।

୯. ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଅକ୍ଟୋବରରେ ୧୩.୪ ଡିଗ୍ରି ସେଲସିୟସକୁ ଖସିଲା ପାରଦ ।

୧୦. ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ । ଏବେ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।

୧୧. ଆର୍ୟନଙ୍କୁ ମିଳିଲା ଜାମିନ୍: ଗତକାଲିଠାରୁ ହାଇକୋର୍ଟରୁ ଆର୍ୟନ, ଅର୍ବାଜ୍ ଓ ମୁନମୁନ୍‌ଙ୍କୁ ଜାମିନ ମିଳିଲା ।

୧୨. ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।

୧୩. କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ । ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

୧୪. ଜିଏସ୍‍ଟି କ୍ଷତିପୂରଣ: ୪୪ହଜାର କୋଟି ଦେଲା ଅର୍ଥ ମନ୍ତ୍ରଣାଳୟ ।

୧୫. ମମିତା ମେହେର ମୃତ୍ୟୁ ଘଟଣାକୁ ଦିଲ୍ଲୀ ନିର୍ଭୟା କାଣ୍ଡ ସହ ତୂଳନା କଲା କଂଗ୍ରେସ, ଦୋଷୀକୁ ଫାଶୀ ଦାବି କଲେ ସୂରଜେଓ୍ଵାଲା ।

୧୬. କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।

୧୭. ଭାରତର ଆକ୍ଟ-ଇଷ୍ଟ ନୀତି: ଦକ୍ଷିଣ-ଚୀନ୍‍ ସାଗର ଓ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ ।

୧୮. RAS ପରୀକ୍ଷାରେ ମହିଳା ପ୍ରାର୍ଥୀଙ୍କ ପୋଷାକର ସ୍ଲିଭ୍ କଟା ଘଟଣା: ରାଜସ୍ଥାନ ସରକାରଙ୍କୁ NCWଙ୍କ ନୋଟିସ୍ ।

୧୯. NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।

 

Show More

Related Articles

Back to top button