Breaking PLUSଓଡ଼ିଶାମୁଖ୍ୟ ଖବର

ଲଜ୍ଜା…. ହାତଗୋଡ ବାନ୍ଧି ଶାଶୂକୁ ଦୁଷ୍କର୍ମ, ଶାଳୀକୁ ହତ୍ୟା

କେନ୍ଦୁଝର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଶବକୁ ୨୦୦ ଫୁଟ ଖାତା କୁ ଫିଙ୍ଗିଦେଲା ହତ୍ୟାକାରୀ ।

କେନ୍ଦୁଝର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଶବକୁ ୨୦୦ ଫୁଟ ଖାତା କୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଂଚଳରେ । ହତ୍ୟା ଅଭିଯୁକ୍ତ ହେଉଛନ୍ତି ରୂପ ସିଂ ସିଦ୍ଧୁ । ମୁର୍ଗାପଡାରେ ରହୁଥିବା ଶାଶୁ ଓ ଶାଳୀ ସହିତ ହତ୍ୟାକାରୀ ରୂପ ସିଂ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ ଏହି ସମୟରେ ଶାଳୀ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରୂପ ସିଂ ଶାଳୀର ବେକକୁ କୁରାଢ଼ୀରେ ହାଣି ଦେଇଥିଲା । ଏହାପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ପରେ ଶାଶୂକୁ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ପୀଡ଼ିତା ଜଣକ ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲେ ।

Show More

Related Articles

Back to top button