
ବ୍ରହ୍ମପୁର- ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ଶିବଶଙ୍କର ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଅନ୍ୟପଟେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର କରାଯାଇଛି। ତାଙ୍କ ଛାତି ପଞ୍ଜରା ହାଡ଼ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି।