Breaking PLUSଜୀବନଚର୍ଯ୍ୟାଦେଶମୁଖ୍ୟ ଖବର

ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ୧୫ ମାସ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । କିନ୍ତୁ ଦୁଇ ଦିନ ହେବ ସେ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ୩ ପୁଅ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ମୃତଦେହକୁ ହସ୍ପିଟାଲରୁ ଜାଗମରା ସ୍ଥିତ ବାସଭବନକୁ ନିଆଯାଇଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ୧୯୭୭ରୁ ୧୯୮୦ ଏବଂ ୧୯୮୯ ରୁ ୧୯୯୬ ମଧ୍ୟରେ ସେ ୩ ଥର ସାଂସଦ ଭାବେ କାର୍ଯ୍ୟ କରିଥିଲେ। ବାମପନ୍ଥୀ ଚିନ୍ତାରେ ବିଶ୍ୱାସ କରୁଥିବା ଜଣେ ଅମାୟିକ ବ୍ୟକ୍ତିତ୍ୱ ଥିଲେ ସେ। କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଧା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

Show More

Related Articles

Back to top button