Breaking PLUSଅପରାଧଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଆରପାରିରେ ସିଞ୍ଜୋ ଆବେ

ଜାପାନର ନାରା ସହରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡ଼ ପରେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ତେବେ ଡାକ୍ତଖାନାରେ ଚିକତ୍ସାଧୀନ ଅବସ୍ଥାରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି । ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ପଶ୍ଚିମ ନାରା ସହରର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଏହି ସମୟରେ ହଠାତ୍ ଜୋରରେ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡିଯାଇଥିଲେ । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । କେହି କିଛି ପ୍ରଥମେ ବୁଝି ପାରିନଥିଲେ । ସିଞ୍ଜୋ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ସିଞ୍ଜୋ ଆବେଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ହୃୃଦଘାତ ହୋଇଥିଲା । ଭାରତ ସହ ଭଲ ସଂପର୍କ ଥିଲା ସିଞ୍ଜୋ ଆବେଙ୍କ ।

 

Show More

Related Articles

Back to top button