ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ ପର୍ଯ୍ୟଟକ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍‌ ବ୍ୟାନ୍‌ କରାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୁପକ୍ଷ । ପର୍ଯ୍ୟଟକମାନଙ୍କ ସୁବିଧାପାଇଁ ସମସ୍ତ ପ୍ରକାର ଅ।ନୁସଂଗିକ ବ୍ୟବସ୍ଥା ଏବଂ ରାସ୍ତାଘାଟ ଇତ୍ୟାଦି ମରାମତି କରାଯାଇ ସାରିଛି । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଅ।କର୍ଷିତ ହୋଇ ଏଠାକୁ ଅ।ସିଥାନ୍ତି। ଅନ୍ୟାନ୍ୟ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସାଂଗସାଥୀ ଏବଂ ପରିବାର ଲୋକମାନଂକ ସହ ଅଭୟାରଣ୍ୟ ବୁଲି ନିଆରା ଅନୁଭୂତି ସଂ।ଉଣ୍ଟିବାକୁ ଅ।ସିବାକୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ମଧ୍ୟ କରାଯାଇଛି।

Show More

Related Articles

Back to top button