Breaking PLUSଦେଶ ବିଦେଶମୁଖ୍ୟ ଖବର

ଅଶୋଭନୀୟ ଆଚରଣ ପାଇଁ ମୌସୁମୀ ଅଧିବେଶନରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍

ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍। ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ବିବୃତ୍ତିକୁ ଛଡାଇ ଆଣି ଗୃହରେ ଚିରି ଫୋପାଡି ଦେଇଥିଲେ। ଯାହାକୁ ବିରୋଧ କରିଥିଲା ଶାସକ ବିଜେପି। ଶାନ୍ତନୁଙ୍କ ନିଲମ୍ୱନକୁ ରାଜ୍ୟସଭାରେ ବିରୋଧ କରିଛି ଟିଏମସି।

ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି, ଗତକାଲି ଯାହା ଘଟିଛି ତାହା ଦେଖୁ ମୁଁ ଆଶ୍ଚର୍ଯ୍ୟ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ର ପ୍ରତି କୁଠାରଘାତ।

ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବେଙ୍ଗଲରେ ଟିଏମସି ହିଂସାର ନୀତିକୁ ଆପଣାଇଛି। ସମାନ ରଣନୀତି ସଂସଦରେ ଆପଣାଇବାକୁ ଟିଏମସି ଚେଷ୍ଟା କରୁଛି। ଏଭଳି କରି କ’ଣ ବାର୍ତ୍ତା ଦେବାକୁ ଟିଏମସି ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପରେ ଗୃହକୁ ୧୨ଟା ଯାଏ ମୁଲତବୀ ରଖିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ।

ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସଓ ଦ୍ୱାରା ତିଆରି ହୋଇଥିବା ପେଗାସସ ସଫ୍ଟଓ୍ୱୟାରକୁ ବ୍ୟବହାର କରି ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କ ମୋବାଇଲରୁ ଡାଟା ଚୋରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏକ ଓ୍ୱେବ ସାଇଟରେ ପ୍ରକାଶିତ ଖବରକୁ ଆଧାର କରି ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସରକାର କିନ୍ତୁ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏପରି ଖବର ତିଆରି କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ଫେକ୍ ନ୍ୟୁଜ ବୋଲି ସରକାର କହିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ଉତ୍ତର ଲୋଡିଥିଲେ।

ଏହାପରେ ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଉତ୍ତର ରଖୁଥିଲେ ଆଇଟି ମନ୍ତ୍ରୀ। କିନ୍ତୁ ଟିଏମସିର ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ ମନ୍ତ୍ରୀ ଯେଉଁ ପେପରରୁ ପଢ଼ି ବିବୃତ୍ତି ରଖୁଥିଲେ ତାକୁ ଛଡାଇ ଆଣି ଗୃହ ମଝିରେ ଚିରି ଦେଇଥିଲେ। ଯାହାକୁ ଉପସ୍ଥିତ ଶାସକ ଦଳର ସାଂସଦ ମାନେ ବିରୋଧ କରିଥିଲେ। ପରେ ଏଭଳି ଆଚରଣ ପାଇଁ ଟିଏମସି ବ୍ୟାକଫୁଟରେ ରହିଥିଲା। ଆଉ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ବୋଲି ଶାନ୍ତନୁ ମିଡିଆକୁ କହିଥିଲେ।

Show More

Related Articles

Back to top button