Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ରବିବାର ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଜାଆଁଳା ମେଡିକାଲ୍‌ ନିକଟରେ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ପୋଲିସ ସୂଚନା ଦେଇଛି ।

ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ରବିବାର ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଜାଆଁଳା ମେଡିକାଲ୍‌ ନିକଟରେ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ପୋଲିସ ସୂଚନା ଦେଇଛି । ଦୁର୍ଘଟଣା ପରେ ତାଙ୍କ ମୃତଦେହକୁ ଏମ୍ସ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । । ଓଡ଼ିଶା ସାମ୍ବାଦିକ ମହଲରେ ଜିମୂତ ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ ଥିଲେ । ଖାସକରି ଓଡ଼ିଶା ରାଜନୀତି ବାବଦରେ ଅନେକ ପୁସ୍ତକ ସେ ଲେଖିଥିଲେ । ଜିମୂତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଲହରି ଖେଳିଯାଇଛି ।

Show More

Related Articles

Back to top button