ଓଡ଼ିଶାରାଜନୀତିସ୍ୱତନ୍ତ୍ର

ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହେଲେ ସେହ୍ନାଶିଷ ଜେନା

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଏହି କମିଟିରେ ଶ୍ରୀ ସେହ୍ନାଶିଷ ଜେନା ପୁନର୍ବାର ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି।

୨୦୧୭ରେ ସେହ୍ନାଶିଷ ୨୦୨୦ ସାଂଗଠନିକ ସମ୍ପାଦକ ଭାବେ ନିଯୁକ୍ତି ପାଇ ଥିଲେ । ଗତ ୫ବର୍ଷରେ ମଧ୍ୟରେ ଓଡ଼ିଶାରେ ନିଜର କଠିନ ପରିଶ୍ରମ ଫଳରେ ବେଶ ଲୋକପ୍ରିୟ ହାସଲ କରିଛନ୍ତି ସେ । ୨୦୧୬ ରେ ବିପିୟୁଟି ଛାତ୍ରସଂଘର ସଭାପତି ଭାବେ କାର୍ଯ୍ୟରତ ଥିଲେ। ତେବେ ତାଙ୍କୁ ଏହି ଦାୟୁତ୍ୱ ମିଳିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବିଜେଡି ସାଧାରଣ ସମ୍ପାଦକ(ଯୁବ ଓ ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ,ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଓ ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଂଜନ ତ୍ରିପାଠୀ ଓ ବିଜେଡି ରାଜ୍ୟ ସମ୍ପାଦକ(ଯୁବ ବ୍ୟାପାର) ଶ୍ରୀଯୁକ୍ତ ଅମରେଶ ପତ୍ରିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ନୂତନ ଦାୟିତ୍ୱ ମିଳିବା ପରେ ଵିପିଏସ୍ ଛାତ୍ର ସଂଘ ସହ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜଣେ ସୁସଂଗଠନ ଭାବେ ସେହ୍ନାଶିଷ ରାଜ୍ୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ଏବଂ ଏହି ନୂତନ ଦାୟିତ୍ୱ ମିଳିବା ପରେ ଛାତ୍ର ସଂଗଠନକୁ ଶକ୍ତିଶାଳୀ କରିବା ସହିତ ସୁଦୃଢ କରିବେ ।

Show More

Related Articles

Back to top button