ଓଡ଼ିଶା

ପେଚା ଦେଖିବା ଦ୍ୱାରା ହୋଇପାରେ ଅମାପ ଧନପ୍ରାପ୍ତି, ଆସନ୍ତୁ ଜାଣିବା…

ଆଜି ବି ଲୋକ ମାନଙ୍କ ମଧ୍ୟରେ କିଛିଟା ଭ୍ରାନ୍ତ ଧାରଣା ରହିଛି ଯାହାର ଉଦାହରଣ ପେଚା । ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା । ପେଚାକୁ ବହୁ ସ୍ଥାନରେ ଶୁଭ ବୋଲି ଭାବୁଥିବା ବେଳେ କେତେକ ସ୍ଥାନରେ ଅଶୁଭ କୁହନ୍ତି । ଆଜିବି ମଧ୍ୟ ପୂର୍ବ ଭଳି ଲୋକଙ୍କ ମନରେ ପେଚାକୁ ନେଇ ପୁରୁଣା ବିଶ୍ଵାସ ରହିଛି ।

ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ପେଚା ଶୁଭ ହୋଇଥାଏ ଏବଂ କେଉଁ ସ୍ଥାନରେ ଅଶୁଭ-

୧-ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ରାସ୍ତାରେ ପେଚା ଦେଖନ୍ତି ଏବଂ ପେଚାର ଆଖି ଆପଣଙ୍କ ଆଖି ମିଶିଯାଏ ତେବେ ଆପଣଙ୍କୁ ଅମାପ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୨-ଯଦି କୌଣସି ରୋଗୀକୁ ପେଚା ଛୁଇଁ କିମ୍ଵା ତାହା ମୁଣ୍ଡ ଉପର ଦେଇ ଉଡିଯାଏ ତେବେ ଉକ୍ତ ରୋଗୀର ସମସ୍ତ ରୋଗ ଦୂର ହୋଇଯାଏ ।

୩-ଯଦି ଆପଣଙ୍କ ଦକ୍ଷିଣ ପଟେ ପେଚା ଦେଖନ୍ତି କିମ୍ବା ପେଚା ରାବ ଶୁଣନ୍ତି ତେବେ ତାହା ଅଶୁଭ ହୋଇଥାଏ ।

୪-ଯଦି ପେଚା ଆପଣଙ୍କ ଘରର ଛାତ ଉପରେ ବସି ରାବେ ତେବେ ଘରର କୌଣସି ସଦସ୍ୟଙ୍କ ମୃତ୍ୟ ହେବାର ସମ୍ଭାବନା ରହିଛି ।

୫-ଯଦି ସକାଳେ ପୂର୍ବ ଦିଗରେ ପେଚା ଦେଖାଯାଏ ତେବେ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୬- ଯଦି ଆପଣଙ୍କ ଆଖପାଖରେ ପେଚା ବୁଲୁଥିବାର ଦେଖିବେ ତେବେ ଜାଣିବେ ଯେ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।

Show More

Related Articles

Back to top button