ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ଦେଖନ୍ତୁ ରଥଯାତ୍ରା ପାଇଁ କଣ ରହିଛି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

ରାତି ପାହିଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯେପରି ଯାତ୍ରିମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ , ସେଥିପାଇଁ ବ୍ୟପକ ବନ୍ଦୋବସ୍ଥ କରାଯାଇଛି । ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଆସନ୍ତୁ ଜାଣିବା ରଥଯାତ୍ରା ପାଇଁ କଣ ରହିଛି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

୧-ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ।
୨-ପୁରୀକୁ ଆସୁଥିବା ପାସେଞ୍ଜର ବସଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ତାଳବଣିଆରେ ରହିବ ।
୩-ଭୁବନେଶ୍ଵରରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ୍ ଓ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପାର୍କିଂ କରାଯିବ ।
୪-ଭୁବନେଶ୍ଵରରୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଶାଣୀଚଣ୍ଡିଠାରେ ପାର୍କିଂ କରାଯିବ।
୫-ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଗୁଡ଼ିକ ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ ଇଣ୍ଡିଆ ନିକଟରେ ପାର୍କିଂ ହେବ।
୬-କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ଗୁଡ଼ିକ ଗ୍ରୀଡ୍ ଷ୍ଟେସନ ଦେଈ ଆଇଟିଆଇ, ଭୂଦାନ ଓ ଇନଡୋର ଷ୍ଟାଡିୟମ୍ ରେ ପାର୍କିଂ କରାଯିବ।
୭-କୋଣାର୍କରୁ ଆସୁଥିବା ଦୁଇଚକିଆ ଯାନ ଗୁଡ଼ିକ ସିଟି ରୋଡ଼, ସୁବାସବୋଷ ଛକ ଦେଈ ବ୍ଲୁ ଫ୍ଲାଗ ଓ ନୀଳାଚଳ ଅଶୋକରେ ପାର୍କିଂ କରାଯିବ ।
୮-ପାସ୍ ଥିବା ଯାନ ଗୁଡ଼ିକ ମାଳତୀପାଟପୁର ,ମଙ୍ଗଳାଘାଟ ବାଇପାସ୍,ଷ୍ଟଲିଂ ରୋଡ଼ ଓ ପରେ ଲୋକନାଥ ରୋଡ଼ ଦେଇ ଛପନ ଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବେ।

Show More

Related Articles

Back to top button