Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ

ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିଲାଗି ୭୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୭୦ ହଜାର ସୁରକ୍ଷାକର୍ମୀଙ୍କ ମଧ୍ୟରୁ କେବଳ କର୍ତ୍ତବ୍ୟ ପଥରେ ୧୪ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। କର୍ତ୍ତବ୍ୟ ପଥରେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପ୍ୟାରେଡ଼ ହେବ। ଏହାଛଡା ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ନେଇ ମଧ୍ୟ ପରମରସବାଲି ଜାରି କରାଯାଇଛି।

କର୍ତ୍ତବ୍ୟ ପଥରେ ପ୍ୟାରେଡ଼ ଦେଖିବା ଲାଗି ୭୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ଲାଗି ମଧ୍ୟ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ପୁଲିସ କମିଶନର ଦେବେନ୍ଦ୍ର ପାଠକ କହିଛନ୍ତି, ସମ୍ପୂର୍ଣ୍ଣ ଦିଲ୍ଲୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ କମାଣ୍ଡୋ, ତ୍ୱରିତ ବଳ, ପିସିଆର ଭ୍ୟାନ, ସ୍ବାଟ କର୍ମୀ ଅଛନ୍ତି।

Show More

Related Articles

Back to top button