Breaking PLUSଓଡ଼ିଶାମୁଖ୍ୟ ଖବର
ଏସସିବି ଦୁଷ୍କର୍ମ ଘଟଣା, ଡାକ୍ତର ବହିଷ୍କୃତ

କଟକ- କଟକ ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କୁ ହସ୍ପିଟାଲରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କାଉନସିଲର ଜରୁରୀ ବୈଠକ ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ଘଟଣାରେ ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଏମଇଟି ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ। ଶୁକ୍ରବାର ମେଡିକାଲ କଲେଜର କାଉନସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।