Breaking PLUSଦେଶ ବିଦେଶମୁଖ୍ୟ ଖବର

ଅକ୍ଟୋବର ୪ରେ ଆୟୋଜିତ ହେବ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା – ସୁପ୍ରିମକୋର୍ଟ

ଅକ୍ଟୋବର ୪ରେ ହେବ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା। ଏନେଇ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି । ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଅକ୍ଟୋବର ୪ରେ ହେବ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା। ଏନେଇ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି । ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହା ପୂର୍ବରୁ ସୋମବାର ଦିନ ୟୁପିଏସସି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୂଚନା ଦେଇଥିଲା ଯେ, ସିଭିଲ ସର୍ଭିସର ପ୍ରିଲିମ୍ସ ପରୀକ୍ଷାକୁ ସ୍ଥଗିତ ରଖିବା ଅସମ୍ଭବ କାରଣ ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି । ତାରିଖରେ ପରିବର୍ତ୍ତନ ହେବା ଦ୍ଵାରା ସମଗ୍ର ପରୀକ୍ଷା ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବ ବୋଲି ୟୁପିଏସସି କହିଥଲା । ତେବେ ସୁପ୍ରିମକୋର୍ଟର ରାୟ ପରେ ପରୀକ୍ଷା ପାଇଁ ଉପୁଜିଥିବା ଦ୍ଵନ୍ଦର ସମାପ୍ତ ହୋଇଛି, ଯାହାକି ପରୀକ୍ଷାର୍ଥୀ ମାନଙ୍କ ପାଇଁ ଖୁସିର ବିଷୟ। ସୂଚନା ଅନୁସାରେ, ଦେଶର ୭୨ ଟି ସହରର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବେ ବୋଲି ଆଶା କରାଯାଉଛି । କରୋନା ହେତୁ ପରୀକ୍ଷା ତାରିଖକୁ ଥରେ ଘୁଞ୍ଚାଯାଇଛି।

Show More

Related Articles

Back to top button