Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡିରେ ଯୋଗ ଦେଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର, 9 ଫେବୃଆରୀ – ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦେଶକ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ । ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଦଳରେ ଯୋଗ ଦେବା ସହ ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ସଂଜୟ କୁମାର ଦାସବର୍ମାଙ୍କୁ ମୁଖପାତ୍ର ଦାୟିତ୍ୱ ଦିଆଯାଇଥିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜେଡିରେ ଯୋଗ ଦେବାପରେ ସଂତୃପ୍ତ ମିଶ୍ର କହିଛନ୍ତି, ବହୁବର୍ଷ ହେଲା ମୁଁ ଓଡ଼ିଶା ବାହାରେ ରହିଥିଲି । ହେଲେ ଓଡ଼ିଶାର ଗୋଏଟି ଭାଗ ମୋ ଭିତରେ ଥିଲା । ଓଡ଼ିଶାକୁ ଫେରିଆସି ଭାଇଭଉଣୀଙ୍କ ପାଇଁ କିଛି କାମ କରିବା ପାଇଁ ମୋର ଇଚ୍ଛା ଥିଲା । ଆମର ମୁଖ୍ୟମନ୍ତ୍ରୀ ଯେପରି ଭାବରେ ଓଡ଼ିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେପରି ମୌଳିକ ଆଧାରରେ ଚଲାଇଛନ୍ତି ଓ ପୁରୀ ପରିକ୍ରମା ପ୍ରକଳ୍ପ କରି ଯେଉଁ ଆଧ୍ୟାତ୍ମିକ ଭାବ ଆଣିଛନ୍ତି, ଏହିସବୁ ଦେଖି ତାଙ୍କଠାରୁ କିଛି ପ୍ରେରଣା ପାଇଲି । ମୁଁ ସେଥିପାଇଁ ଓଡ଼ିଶା ଆସି କିଛି କରିବା ପାଇଁ ସ୍ଥିର କରିଥିଲି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ସମସ୍ତଙ୍କ ଶୁଭେଚ୍ଛା ଓ ଜଗନ୍ନାଥ ମହାପ୍ରଭୁଙ୍କ ଆର୍ଶୀବାଦରେ ଲୋକମାନଙ୍କର ସେବା କରିବି ।

ସେହିପରି ରାଜ୍ୟସଭାକୁ ପଠାଯିବା ପ୍ରସଙ୍ଗରେ ସେ କହିଛନ୍ତି, ମୁଁ କିଛି ସମୟ ହେଲା ବିଜେଡିରେ ଯୋଗ ଦେଲି । ମୋତେ ଯାହା କାମ ଦିଆଯିବ ମୁଁ ଶୃଙ୍ଖଳିତ କର୍ମୀ ଭାବେ କରିବି । ପ୍ରଥମେ ଶ୍ରେଣୀରେ ଯୋଗଦେଲେ ଦଶମ ଶ୍ରେଣୀ କଥା ଭାବିବା କଥା ନୁହେଁ । ପରୀକ୍ଷା ପାସ କଲେ ଦଶମ କଥା ଭାବିବା କଥା । ମୁଁ ଆଜି ବିଜେଡିରେ ଯୋଗ ଦେଲି । ମୋତେ ବହୁତ କିଛି ଶିଖିବାର ରହିଛି ।

Show More

Related Articles

Back to top button