Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁର: ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ, ପୁଅ ଓ ନାତି ଗିରଫ

ସମ୍ବଲପୁର- ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ତାଙ୍କ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସମ୍ପତ୍ତି ପାଇଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ଏବଂ ନାତିକୁ ଗିରଫ କରିଛି। ଅଭିଯୁକ୍ତର ଜଣେ ଭଉଣୀ ହତ୍ୟାକାଣ୍ଡ ନେଇ ଅଭିଯୋଗ କରିବା ପରେ ପୁଲିସ ପରିବାରର ୪ଜଣଙ୍କୁ ଜେରା କରିବା ପରେ ୨ ଜଣଙ୍କୁ ଗିରଫ କରିଛି। ନିଜ ମା’ ଓ ଭଉଣୀଙ୍କୁ ଅଭିଯୁକ୍ତମାନେ ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଘର ଭିତରେ ନିଆଁ ଲଗାଇ ପୋଡ଼ିଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

Show More

Related Articles

Back to top button