Breaking PLUSମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ସାଉଥ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ ପ୍ରଭୁ ବହୁତ ଲୋକପ୍ରିୟ ଅଭିନେତ୍ରୀ। ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଯୋଡ଼ି ଲୋକଙ୍କୁ ବହୁତ ପସନ୍ଦ ଥିଲା। ଗତବର୍ଷ ଦମ୍ପତି ନିଜ ଛାଡ଼ପତ୍ର ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସାମନ୍ଥା ଓ ନାଗା ଚୈତନ୍ୟ ଗତବର୍ଷ ସୋସିଆଲ ମିଡିଆରେ ପରସ୍ପରଠାରୁ ଅଲଗା ହେବାର ଖବର ଫ୍ୟାନ୍‌ମାନଙ୍କୁ ଦେଇଥିଲେ। ଆଉ ଏହା ପରଠାରୁ ଉଭୟ କୌଣସି ନା କୌଣସି କାରଣରୁ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସୁଛନ୍ତି। ବର୍ତ୍ତମାନ ନାଗା ଚୈତନ୍ୟଙ୍କ ଘର କିଣୁଛନ୍ତି ସାମନ୍ଥା ।

Show More

Related Articles

Back to top button