Breaking PLUSବଲିଉଡମନୋରଞ୍ଜନସେଲିବ୍ରିଟି

ଆଇଫା ଆୱାର୍ଡସର ହୋଷ୍ଟ ହେବେ ସଲମାନ ଖାନ୍

ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ(ଆଇଫା) ଆୱାର୍ଡସର ୨୨ତମ ସଂସ୍କରଣର ହୋଷ୍ଟ ହେବେ ସଲମାନ ଖାନ । ଆବୁଧାବିର ଏତିହାତ ଏରିନାରେ ପୁରସ୍କାର ବିତରଣ ଉତ୍ସବ ୨୦୨୨ ମାର୍ଚ୍ଚ ୧୮ ଏବଂ ୧୯ରେ ଆୟୋଜିତ ହେବ । ଏଥିନେଇ ସଲମାନଙ୍କୁ ଚୟନ କରାଯାଇଥିବାରୁ ସେ ନିଜେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଭାରତ ସ୍ୱାଧୀନତାର ୭୫ ବର୍ଷ ଏବଂ ୟୁଏଇର ୫୦ ବର୍ଷ ପୂରଣକୁ ଆଖି ଆଗରେ ରଖାଯାଇ ଏହାକୁ ମହା ଆଡମ୍ବରରେ ପାଳନ କରାଯିବ ।

ଉଭୟ ଦେଶ ମଧ୍ୟରେ ଏହା ଦ୍ୱାରା ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି । ଆଇଫା ମୋର ସବୁଠାରୁ ପ୍ରିୟ ପୁରସ୍କାର ଉତ୍ସବ ବୋଲି ସଲମାନ କହିଛନ୍ତି ।

Show More

Related Articles

Back to top button