Breaking PLUSଓଡ଼ିଶାମୁଖ୍ୟ ଖବର

ଶାଳ କାଠ ଜବତ କଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ସାହାରପଡ଼ା ସେକ୍ସନ ଅନ୍ତର୍ଗତ ଗୋହିରା ନିକଟ ଏକ ପଡିଆରେ କାଠମାଫିଆ ମାନେ କାଟି ରଖିଥିବା ୭ ଟି ଶାଳଗଡକୁ ବନବିଭାଗ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି । ଗୋହିରାରେ ମାଫିଆ ମାନେ ଶାଳଗଛ କାଟି ରଖିଥିବା ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀଙ୍କ ନେତୃତ୍ଵରେ ପାରା କର୍ମଚାରୀ ମାନେ ଗୋହିରା ଯାଇ ଶାଳଗଡ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି। ଜବତ କାଠଗଡଗୁଡିକୁ ସାହାରପଡା ବନ କାର୍ଯ୍ୟାଳୟକୁ ଅଣାଯାଇଛି। ଘଟଣା ସମ୍ପର୍କରେ ଏସିଏଫ ଜିତେନ୍ଦ୍ର କୁମାର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଗଛ କାଟିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button