ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ମା’ ଓ ପତ୍ନୀଙ୍କ କଳିର ମଧ୍ୟସ୍ଥି ସାଜିଲା ପୁଅ, ଶିଳପୁଆରେ ଉଭୟଙ୍କୁ ଛେଚି ହତ୍ୟା କଲା ପୁଅ

ଝାରସୁଗୁଡ଼ା : ମା’ ଓ ପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳିର ସମାଧାନ କରିବାକୁ ମଧ୍ୟସ୍ଥି ସାଜିଲା ପୁଅ। ହେଲେ କଳି ତୁଟେଇବାକୁ ଯାଇ କିଛି ସମାଧାନ ନ କରିପାରି ନିଜ ହିତାହିତ ଜ୍ଞାନ ଭୁଲି ବସିଲା ପୁଅ। ଶେଷରେ ଏକ ଶିଳପୁଆରେ ଛେଚି ଉଭୟ ମା’ ଓ ପତ୍ନୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ ପୁଅ। ଏପରି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ମିସ୍ତ୍ରୀପଡ଼ାରେ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ଝିମ ଖଡ଼ିଆ (୮୦) ବର୍ଷ ଓ ତାଙ୍କ ବୋହୁ ସାଏବାନୀ ଖଡ଼ିଆ (୫୮) ବର୍ଷ । ଏହି ଘଟଣାର ଅଭିଯୁକ୍ତ କୁଲଥୁ ଖଡିଆକୁ ପୁଲିସ୍‌ ଗିରଫ କରିଛି। ସୂଚନାନୁସାରେ, ଆଦିବାସୀବହୁଳ ମିସ୍ତ୍ରୀପଡ଼ାରେ କୁଲଥୁ ଖଡିଆ ନିଜ ପରିବାର ସହ ବସବାସ କରନ୍ତି। ହେଲେ ତାଙ୍କ ପତ୍ନୀ ଓ ମା’ଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିଲା। ଗତକାଲି ମଧ୍ୟ ଉଭୟ ଝିମ ଖଡ଼ିଆ ଓ ତାଙ୍କ ବୋହୂ ସାଏବାନୀଙ୍କ ମଧ୍ୟରେ କୌଣସି ପାରିବାରିକ କଥାକୁ ନେଇ ପ୍ରବଳ ଝଗଡ଼ା ଲାଗିଥିଲା। ଏହି ସମୟରେ ଘରକୁ ଆସିଥିବା କୁଲଥୁ ଉଭୟଙ୍କ ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରି କୌଣସି ସମାଧାନ କରିପାରିଲେ ନାହିଁ। ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଶିଳପୁଆରେ ଉଭୟ ଶାଶୁ, ବୋହୂଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛି। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁଲଥୁଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button